ଯୁଦ୍ଧକୁ ନେଇ ଅର୍ଥନୈତିକ ଅନିଶ୍ଚିତତା ଭିତରେ ପୁଣି ଖସିଲା ସୁନା ଓ ରୁପା ମୂଲ୍ୟ । ସୁନା ଦରରେ ୪୦ ବର୍ଷରୁ ଅଧିକ ସମୟରେ ସବୁଠାରୁ ଖରାପ ସାପ୍ତାହିକ ହ୍ରାସ ଦେଖିବାକୁ ମିଳିଛି । ବିଶ୍ୱ ବଜାରରେ ସୁନା ମୂଲ୍ୟ ହ୍ରାସ ଜାରି ରଖିଛି । ସୋମବାର ସୁନା ଦର ୩%ରୁ ଅଧିକ ଖସି ଚାରି ମାସର ନିମ୍ନତମ ସ୍ତରରେ ପହଞ୍ଚିଛି । ସୁନା ଓ ରୂପାର ଏକ୍ସଚେଞ୍ଜ୍-ଟ୍ରେଡେଡ୍ ଫଣ୍ଡ୍ ୨୦% ପର୍ଯ୍ୟନ୍ତ ଖସିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୦,୩୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୮,୬୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୦,୩୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୮,୬୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୩୫,୦୦୦ ଟଙ୍କା ହୋଇଛି ।
