ରାଜ୍ୟର ଜିଲ୍ଲା ଦୌରାଜଜ୍ ଓ ଅନ୍ୟାନ୍ୟ ନିମ୍ନ ଅଦାଲତ ସକାଳୁଆ ହେବ । ଏପ୍ରିଲ ୬ ରୁ ସକାଳୁଆ କୋର୍ଟ ନେଇ ନିର୍ଦ୍ଦେଶ । ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଦୌରାଜଜଙ୍କୁ ଏନେଇ ନୋଟିସ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । କୋରାପୁଟ ସଦର, ପୁରୀ ପାଇଁ ମଧ୍ୟ ସକାଳୁଆ ନିୟମ ଲାଗିବନି ।ସମସ୍ତ ଜିଲ୍ଲା ଏବଂ ସେସନ୍ସ ଜଜଙ୍କୁ ଲେଖିଥିବା ଚିଠିରେ, ରେଜିଷ୍ଟ୍ରାର କହିଛନ୍ତି ଯେ ରାଜ୍ୟର ସମସ୍ତ ସ୍ଥାନରେ ଥିବା ଜିଲ୍ଲା ଏବଂ ଅଧସ୍ତନ କୋର୍ଟଗୁଡ଼ିକର ସକାଳ ବୈଠକ ଏପ୍ରିଲ ୬ (ସୋମବାର) ଠାରୁ ସକାଳ ୭ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଆରମ୍ଭ ହେବ ଏବଂ 10 AΜ ରୁ 10.30 ଯାଏ ଅଧ ଘଣ୍ଟା ବିରତି ରହିବ ।
