ଆଜିଠୁ ଆରମ୍ଭ ହେବ ଆଇପିଏଲ୍, ରାତି ୭.୩୦ରେ ଖେଳାଯିବ ଉଦଘାଟନୀ ମ୍ୟାଚ

ଆଜିଠୁ ଆରମ୍ଭ ହେବ ଫଟାଫଟା କ୍ରିକେଟର ଲିଗ୍ ଆଇପିଏଲ୍ । ଉଦ୍ ଘାଟନୀ ମୁକାବିଲାରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ରେ ରାତି ୭.୩୦ରେ ଖେଳାଯିବ। ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ ଲାଇନ୍-ଅପ୍। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ହେଉ କିମ୍ବା ଅନ୍ୟ କୌଣସି ମଇଦାନ, ଆରିସିବିର ବ୍ୟାଟରମାନେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି । ତେବେ ଡେଥ୍ ଓଭରରେ ବୋଲିଂ ଏବେ ମଧ୍ୟ ଆରସିବି ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ। ଯଦି ବୋଲରମାନେ ରନ୍ ରୋକିବାରେ ସଫଳ ହୁଅନ୍ତି, ତେବେ ଆରସିବିକୁ ହରାଇବା କଷ୍ଟକର ହେବ।

ଅନ୍ୟପଟେ, ସନରାଇଜର୍ସ ହାଇଦ୍ରାବାଦ ସବୁବେଳେ ନିଜର ଶାଣିତ ବୋଲିଂ ଏବଂ ବିସ୍ଫୋରକ ଓପନିଂ ପାଇଁ ଜଣାଶୁଣା । ଗତ ସିଜନ ଭଳି ଏଥର ମଧ୍ୟ ଦଳ ପାଖରେ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ପାୱାରପ୍ଲେ’ରେ ମ୍ୟାଚ୍‌ର ଗତିପଥ ବଦଳାଇ ଦେଇପାରନ୍ତି। ଗତ ବର୍ଷ ଜୁନ୍ ୪ ତାରିଖରେରେ ଆର୍ ସିବିର ଆଇପିଏଲ୍ ବିଜୟ ଉତ୍ସବରେ ବେଳେ ଷ୍ଟାଡିୟମ୍ ବାହାରେ ୧୧ ଜଣଙ୍କ ପ୍ରାଣହାନୀ ହୋଇଥିଲା । ଫଳରେ ଏହି ଷ୍ଟାଡିୟମ୍ ରେ ସେଠାରେ ଆଉ ମ୍ୟାଚ୍ ହୋଇ ନଥିଲା । କର୍ଣ୍ଣାଟକ ସରକାରଙ୍କ ଅନୁମତି ପରେ ଏଠାରେ ମ୍ୟାଚ୍ ଆୟୋଜନ ହେଉଛି । କିନ୍ତୁ ଏହି ୧୧ ଦିଂବଗନ୍ତଙ୍କ ସ୍ମୃତି ଉଦେଶ୍ୟରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଓ ଆର୍ ସିବି ପରିଚାଳକ ଷ୍ଟାଡିୟମ୍ ରେ ୧୧ ସିଟ୍ ଫାଙ୍କା ରଖିବାକୁ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ