ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି କି ? ସାବଧାନ

ବାଦାମ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ ଓ କେଶ ସହ ସୌନ୍ଦର୍ଯ୍ୟର ଚମକ ବୃଦ୍ଧି ହୁଏ । କିନ୍ତୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । ବାଦାମ ଅଧିକ ଖାଇବା ଦ୍ବାରା ମଧ୍ୟ ମୋଟାପଣର କାରଣ ହୋଇଥାଏ । ଯଦି ଅଧିକ ଓଜନ ବଢିବାର ଅସୁବିଧାରେ ପଡିଛନ୍ତି, ତେବେ ଦିନକୁ ୧୦ ଅଧିକ ବାଦାମ ଖାଇବା ଉଚିତ୍ ନୁହେଁ । ତେବେ ବାଦାମରେ ଫାଇବର ଭରପୂର ରହିଥାଏ । ଯାହା ଫଳରେ ଅତ୍ୟଧିକ ଫାଇବର ଥିବାରୁ କୋଷ୍ଠକାଠିନ୍ୟର କାରଣ ମଧ୍ୟ ହୋଇଥାଏ ।

ଏହା ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ପେଟ ସଫା ହୁଏ ନାହିଁ | ବାଦାମରେ ଅକ୍ସାଲେଟ୍ ଥାଏ ଯାହା ଫଳରେ କିଡନୀରେ ଷ୍ଟୋନ ସୃଷ୍ଟି ହୋଇଥାଏ ।ବାଦାମର ଭିଟାମିନ୍ -ଇ ର ଏକ ଉତ୍ତମ ଉତ୍ସ ରହିଛି କିନ୍ତୁ ଏହା ଅଧିକ ଖାଇବା ଦ୍ୱାରା ଭିଟାମିନ୍-ଇ ର ମାତ୍ରା ଅଧିକ ହୋଇପାରେ । ଯାହା ହରମନର ବାଲାନ୍ସ କରିବାରେ ଅସୁବିଧା ହୋଇଥାଏ | ବାଦାମ ଶରୀରରେ HCN ସ୍ତରକୁ ବୃଦ୍ଧି କରିଥାଏ । ଯାହା ଫଳରେ ଏହା ନିଶ୍ବାସ ନେବାରେ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥାଏ ।

ଅଧିକ ପଢନ୍ତୁ

kc ads