ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍ । ନକ୍ସଲ ନିପାତ ପାଇଁ ମାର୍ଚ୍ଚ ୩୧କୁ ଡେଡଲାଇନ୍ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ । ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖି କହିଛନ୍ତି ଯେ, ଯେଉଁ ଲୋକ ଦେଶର ବ୍ୟବସ୍ଥାକୁ ଅବଜ୍ଞା କରି ଅସ୍ତ୍ର ଉଠାଇବ, ତାକୁ ଏହାର ବହୁମୂଲ୍ୟ ଦେବାକୁ ହେବ। ସେମାନଙ୍କ ପାଇଁ ମହଙ୍ଗା ପଡ଼ିବ। ଭାରତ ଏବେ ନକ୍ସଲ ହିଂସାରୁ ମୁକ୍ତ ହୋଇଥିବା ଶାହ ଘୋଷଣା କରିଛନ୍ତି। ତେବେ ଟପ୍ ମାଓ ନେତା କେନ୍ଦ୍ରୀୟ କମିଟି ସଦସ୍ୟ ମେଶ୍ରି ବେଶ୍ରା ଓ ପୂର୍ବତନ ମାଓ ସଂଗଠନ ମୁଖ୍ୟ ଗଣପତି ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହେଉଛି । ମେଶ୍ରି ବେଶ୍ରା ମୁଣ୍ଡରେ ରହିଛି ଏକ କୋଟି ଟଙ୍କା ପୁରସ୍କାର ରାଶି । ଓଡ଼ିଶାରେ କନ୍ଧମାଳରେ କେବଳ ୯ ମାଓବାଦୀ ରହିଛନ୍ତି । ଡିଭିଜନାଲ୍ କମିଟି ପକ୍ଷରୁ ମେମ୍ବର ସିଲା ନେତୃତ୍ୱରେ ମାଓବାଦୀ ରହୁଛନ୍ତି । ତାଙ୍କୁ ଧରିବା ପାଇଁ ଚାଲିଛି ଅପରେସନ । ଯଦି ଆତ୍ମ ସମର୍ପଣ କରିବାକୁ ସେମାନଙ୍କୁ ଆହ୍ୱାନ ଦିଆଯାଇଛି ନ କଲେ ପୋଲିସ ଗୁଳି ଶିକାର ହେବେ ବୋଲି ପୋଲିସ ଡିଜି କହିଛନ୍ତି ।
