ଓଡ଼ିଶାରେ ନକ୍ସଲ ଦମନ ସଫଳ । ରାଜ୍ୟରେ ପ୍ରାୟ ଆଉ ମାଓବାଦୀଙ୍କ ଭୟ ନାହିଁ । ମାଓମୁକ୍ତ ଭାରତ ଡେଡଲାଇନର ଶେଷ ଦିନରେ ଏଭଳି କିଛି କହିଛନ୍ତି ADG ସଂଜୀବ ପଣ୍ଡା । ନକ୍ସଲ ମୁକ୍ତ ଦେଶ ଘୋଷଣା ପରଠାରୁ ଓଡ଼ିଶାରେ ମୋଟ୍ ୧୫୬ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ବିରୋଧରେ ଶସ୍ତ୍ର ଉଠାଇଥିବା ୨୭ଜଣ ମାଓବାଦୀଙ୍କୁ ନିହତ କରାଯାଇଛି ।୩୫୯ ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି ।କାଲିଠୁ ଆଉ ଆତ୍ମସମର୍ପଣ ସୁଯୋଗ ମିଳିବ ନାହିଁ । ଯେଉଁ ହାତଗଣତି କେତେ ଜଣ ରହିଛନ୍ତି, ସେମାନଙ୍କୁ ନିପାତ କରିବୁ । ସେମାନେ ଓଡିଶାରେ ମାଓ ରିକ୍ରୁଟ କରିବାରେ ସଫଳ ହୋଇ ନାହାନ୍ତି । ଆଗାମୀ ଦୁଇ ବର୍ଷ ଯାଏଁ ମଧ୍ୟ ମାଓ ଅପରେସନ ଜାରି ରହିବ । ଯେଭଳି ପୁନଃସଂଗଠିତ ନ ହୁଅନ୍ତି ତାହାକୁ ଗୁରୁତ୍ୱ ଦେଉଛୁ । ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ୱିକେଙ୍କ ନିପାତ ଟଣ୍ଣିଂ ପଏଣ୍ଟ ଥିଲା ।୨୦୨୫ରେ ଓଡ଼ିଶାର ୯ଟି ଜିଲ୍ଲା ମାଓବାଦୀ ପ୍ରଭାବିତ ଥିଲା। ଏଥିରୁ ବର୍ତ୍ତମାନ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ମାଓବାଦୀ ମୁକ୍ତ ହୋଇସାରିଛି । ମାଓବାଦୀ ଅପରେସନରେ ୨୩୯ଜଣ ଯବାନ ଶହୀଦ ହୋଇଛନ୍ତି।
