
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ସହକାରୀ ହିନ୍ଦୀ ଶିକ୍ଷୟିତ୍ରୀ ସୁଚିତ୍ରା ଦେବୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସର କାଳୀନ ସଭାରେ ସୁଚିତ୍ରା ଦେବୀଙ୍କ ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷା ପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା,ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା ପିଲାମାନଙ୍କୁ ଆଲୋକମୟ ପଥରେ ଚାଲିବା ପାଇଁ ସାହାଯ୍ୟ କରିବ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ସରୋଜା ନଳିନୀ ଦାସ,ପ୍ରଦୀପ୍ତ କୁମାରୀ ଡାକୁଆ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ,ସହକାରୀ ଶିକ୍ଷକ ଲକ୍ଷ୍ମୀଧର ସାହୁ,ନବଜ୍ୟୋତି ମହାପାତ୍ର, ଉମାକାନ୍ତ ମିଶ୍ର, ଅଶୋକ କୁମାର ମିଶ୍ର,ଭବାନୀ କୁମାରୀ ଆଚାର୍ଯ୍ୟ, ସୁନିତା ନାୟକ,ରୋଜାଲିନ ମିଶ୍ର, କାଦମ୍ବିନୀ କରଣ,ସ୍ଵାଗତିକା ଦଳେଇ, ସୌଦାମିନୀ ପ୍ରଧାନ,ରାଜକିଶୋର ଟୁଡୁ, ଇଲାଚା ମାଝୀ, ସ୍ମିତା ମଲ୍ଲିକ, ଚିତ୍ତରଞ୍ଜନ ବେହେରା, ମନଜିତ ଜେନା ପ୍ରମୁଖ ବକ୍ତବ୍ୟ ରଖି ସ୍ମୃତିଚାରଣ କରିଥିଲେ ।

ଶେଷରେ ଅବସର ଗ୍ରହଣ କରିଥିବା ସହକାରୀ ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା ।
