ଭାରତ-ରୁଷ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା: ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରିବାକୁ ପ୍ରସ୍ତାବ ଦେଲା ମସ୍କୋ

ଭାରତ-ରୁଷ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ମସ୍କୋ ଭାରତକୁ ଅଧିକ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରିବାକୁ ପ୍ରସ୍ତାବ ଦେଇଛି। ଗୁରୁବାର ରୁଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଶକ୍ତି ଏବଂ ସାର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବା ପାଇଁ ଆଲୋଚନା କରିଛନ୍ତି। ମାନ୍ତୁରୋଭ ଏବଂ ଜୟଶଙ୍କର ପଶ୍ଚିମ ଏସିଆର ସଂଘର୍ଷ ସମେତ ଆଞ୍ଚଳିକ ଏବଂ ବିଶ୍ୱର ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ। ରୁଷ ଦୂତାବାସ ଏକ ବିବୃତିରେ କହିଛି ଯେ ମାନ୍ତୁରୋଭ ସୁନିଶ୍ଚିତ କରିଛନ୍ତି ଯେ, ରୁଷ କମ୍ପାନୀଗୁଡ଼ିକ ଭାରତୀୟ ବଜାରରେ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସର ଯୋଗାଣକୁ ନିରନ୍ତର ବୃଦ୍ଧି କରିବାର କ୍ଷମତା ରଖିଛନ୍ତି। ମାନ୍ତୁରୋଭ କହିଛନ୍ତି, ରୁଷ୍‌ ୨୦୨୫ ଶେଷ ସୁଦ୍ଧା ଭାରତରେ ଚାହିଦା ଥିବା ଖଣିଜ ସାରର ଯୋଗାଣ ୪୦ ପ୍ରତିଶତ ବୃଦ୍ଧି କରିଛି। ଆଗକୁ ମଧ୍ୟ ରୁଷ୍‌ ଭାରତର ଆବଶ୍ୟକତା ପୂରଣ କରିବ। ଆମେରିକା ରୁଷ୍‌ ତୈଳ ଉପରେ କଟକଣା ହଟେଇବା ପରେ ମସ୍କୋ ଭାରତ ପାଇଁ ସର୍ବବୃହତ ଶକ୍ତି ଯୋଗାଣକାରୀ ପାଲଟିଛି।

ଅଧିକ ପଢନ୍ତୁ