ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ ଆଖିର ସ୍କାନ) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଖାଉଟି ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଫଳରେ କଳାବଜାରୀ ଓ ଭୂତ ଗ୍ରାହକଙ୍କୁ ଚିହ୍ନଟ କରାଯାଇପାରିବ। ଅନ୍ୟପକ୍ଷରେ ଯୋଗାଣ ବିଭାଗ ପକ୍ଷରୁଏକାଧିକ ସ୍ଥାନରେ ଚଢ଼ାଉ କରି ଅନେକ ଘରୋଇ ଓ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ଜବତ କରିଛି ବିଭାଗ।ହିତାଧିକାରୀ ସଠିକ ସମୟରେ ଗ୍ୟାସ ନ ପାଇ ହଇରାଣ ହରକତ ହେଉଥିବା ବେଳେ କିଛି ଅସାଧୁ ବ୍ଯବସାୟୀ ଘରୋଇ ଗ୍ୟାସର କଳାବଜାରୀ କରୁଛନ୍ତି।
