ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପିଏମ ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ତଥା ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ,ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ପୌରପାଳ ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବନଲତା ବେହେରା ଏବଂ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ଯୋଗଦାନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ୩୨ ଜଣ ପିଲାଙ୍କୁ ଖଡ଼ି ଛୁଆଁଇବା ସହିତ ସେମାନଙ୍କୁ ପାଠ ପଢିବା ପାଇଁ ସ୍କୁଲ ବ୍ୟାଗ, ଖଡ଼ି, ପେନସିଲ, ଖାତା ବହି ଆଦି ବଣ୍ଟନ କରିବା ସହିତ ସେମାନଙ୍କୁ ବିଦ୍ୟାଳୟ ଆସିବା ପାଇଁ ଉତ୍ସାହିତ କରିଥିଲେ। ସେହିପରି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପିଲା ଏବଂ ଅଭିଭାବକ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ମୁଖ୍ୟ ଅତିଥି ୫ଟି ଶିକ୍ଷାରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଭା କାର୍ଯ୍ୟକୁ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ସଂଯୋଜନା କରିଥିବା ବେଳେ ସମଗ୍ରଶିକ୍ଷା ସଂଯୋଜିକା ଶୁଭସ୍ମିତା ମିଶ୍ର, କ୍ରିଷ୍ଣରାଣୀ ମାଝୀ ତଥା  ବଳରାମ ଦାସ, ସରୋଜ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ