।ରାୟଗଡ:-ତା. ୪/୦୪-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨ ୬ ଠାରୁ ୧୪ ଏପ୍ରିଲ ୨୦୨୬ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ରାୟଗଡ଼ଙ୍କ ମିଳିତ ସହଯୋଗରେ ଆଜି ଅର୍ଥାତ୍ ୦୪-୦୪-୨୦୨୫ ତାରିଖ ସକାଳ ୮. ୦୦ ଘଣ୍ଟ ସମୟରେ ରାୟଗଡ଼ ସହରରେ ଅବସ୍ଥିତ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାୟଗଡ଼ ସହର ବିଭିନ୍ନ ସ୍ଥାନ ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ପାଖରେ ଶେଷ ହୋଇଛି। ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ lଏଥିରେ ,ସେଞ୍ଚୁରିୟାନ କଲେଜ, ଜିଲ୍ଳାର ବିଭିନ୍ନ ବିଭାଗର ପଦଧିକାରି,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ଶ୍ରୀ ବସନ୍ତ କୁମାର ପ୍ରଧନ,ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ,ଜିଲ୍ଲା ଶ୍ରମ ଅଧିକାରୀ, ସମସ୍ତ ସହକାରୀ ଶ୍ରମ ଅଧିକାରୀଗଣ ଓ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ଚି଼ଚୁଆଁ ଓ ଶ୍ରୀ ମନୋରଞ୍ଜନ ବାଘ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ମାନବଧିକାର କର୍ମୀ, ଶକ୍ତି ଅନୁଷ୍ଠାନର ସଦସ୍ୟ ଏବଂ ଗଣ ମାଧ୍ୟମ ପ୍ରତିନିଧି ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
