ରାଜ୍ୟ ସରକାର ଜାରି କଲେ ଜରୁରୀ ନିର୍ଦ୍ଦେଶ,ବିଦ୍ୟାଳୟରେ ସାନିଟେସନ ଓ ମାସିକ ଋତୁସ୍ରାବ ସ୍ବଚ୍ଛତାକୁ ଗୁରୁତ୍ବ

ଓଡ଼ିଶା ସରକାରଙ୍କ ତରଫରୁ ସ୍କୁଲ୍ ସାନିଟେସନ୍ ଓ ମାସିକ ଋତୁସ୍ରାବକୁ ନେଇ ଆଲ୍ ହାଇଜିନ୍‌ ଉପରେ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସମାନତାମୂଳକ ଶିକ୍ଷା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ସମସ୍ତ ଜିଲ୍ଲା କଲେକ୍ଟରମାନଙ୍କୁ ସ୍କୁଲ୍‌ରେ ଆଲ୍ ହାଇଜିନ୍ ବ୍ୟବସ୍ଥା କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍କୁଲ୍‌ରେ ପୃଥକ ପୁରୁଷ ଓ ମହିଳା ଶୌଚାଳୟ, ନିର୍ବିଘ୍ନ ଜଳ ସୁବିଧା, ହାତଧୋଇବା ବ୍ୟବସ୍ଥା ଓ ସ୍ୱଚ୍ଛତା ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହା ସହିତ, ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା ଓ ଗୋପନୀୟତା ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଅଧିକ ପଢନ୍ତୁ