ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିଲା । ତେବେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା । ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ପ୍ରତି ନିର୍ବାଚନ ମଣ୍ଡଳୀରେ ବୈଠକ କର । ଯୁବ, ଛାତ୍ର, ମହିଳା କମିଟି ସୁଦୃଢ କରିବାକୁ କାମ ହେଉଛି ।ଯାଜପୁର ସଂଗଠନ ଓ ଆଗକୁ ଥିବା ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ନେଇ ଆଲୋଚନା ହୋଇଛି । ଏହା ପ୍ରତି ଜିଲ୍ଲାରେ ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ। ଏ ସବୁ ସମ୍ପର୍କରେ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବାକୁ ନବୀନ ନିବାସ ଯାଉଛୁ । ଦଳ ବିରୋଧୀ କାମ ଯିଏ କରିବ, ବିଦା ହେବ। ଏହାର ଆଦୌ କିଛି ଫରକ ପଡ଼ିବନି ବୋଲି କହିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ
