ସିଜି ମାଳିରେ ବେଦାନ୍ତର ରାସ୍ତା ନିର୍ମାଣକୁ ପୋଲିସକୁ ଆକ୍ରମଣ

ରାୟଗଡ଼ା ତା ୦୭/୦୪ ବେଦାନ୍ତର ରାସ୍ତା ନିର୍ମାଣ କୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି।କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। ରାସ୍ଥା କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ଯକ୍ତ ହୋଇ ପଥର ମାଡ କରିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ରାୟଗଡା ଏସଡିପିଓ ଗୈରହରି ସାହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ, ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ ୩୦ରୁ ଉର୍ଧ କନେଷ୍ଟବଳ ଆହାତ ହୋଇଛନ୍ତି। ସେଥିମଧ୍ଯରୁ ୭ଜଣ ଗୁରୁତର ହୋଇପଡିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ଯଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଅନ୍ଯ ଆହାତ ପୁଲିସ କର୍ମଚାରୀ ମାନେ କାଶୀପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ ପି ସ୍ଵାତି ଏସ କୁମାର ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି. ଶାଗବାରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଛି। କାଶୀପୁର ବ୍ଲକର ସିଜିମାଳି ଖଣିଖନନ ପାଇଁ ସରକାର ଅନୁମତି ଦେଇଥିବା ବେଳେ ବେଦାନ୍ତ ଆଲୁମିନା କମ୍ପାନୀ ଶାଗବାରୀ ରୁ ସିଜିମାଳି ଅଞ୍ଚଳ ଯେ ବା ପାଇଁ ରାସ୍ତା ନିର୍ମାଣ କାମ ଆରମ୍ଭ କରୁଥିଲା। ତେବେ ନିର୍ମାଣ କାର୍ଯ୍ଯକୁ ଲୋକେ ଆରମ୍ଭରୁ ହିଁ ବିରୋଧ କରିଛନ୍ତି। ଆହତ ପୋଲିସ କର୍ମଚାରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ବେଳେ ଦକ୍ଷିଣାଞ୍ଚଳ ଡିଆଇଜି ଡ କନ୍ଵଲ୍ ଜିତ୍ ସିଂହ ମେଡିକାଲ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆହତ ମାନଙ୍କ ସ୍ଥିତି ପଚାରି ବୁଝିଥିଲେ। ଏବେ ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଲାଗିଥିବା ବେଳେ ଆଗାମୀ ସମୟରେ କଣ ହେବ ସେ ନେଇ ସମସ୍ତଙ୍କର ନଜର ରହିଛି ।

ଅଧିକ ପଢନ୍ତୁ