ଚମକିଲା ସୁନା ଓ ରୁପା, ଦେଢ ଲକ୍ଷ ପାର୍ କଲା ଦାମ୍

ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ  ପାଇଛି। ପୁଣି ବଢ଼ିଛି ସୁନା ଦର। ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୯୮୦ ଟଙ୍କା ବୃଦ୍ଧି ଘଟି ଦର ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୩,୬୫୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୪୧ ହଜାର ଟଙ୍କା ହୋଇଛି। ଯାହା ଗତକାଲି ୧ ଲକ୍ଷ ୩୭ ହଜାର ୩୫୦ ଟଙ୍କା ଥିଲା।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।

ଅଧିକ ପଢନ୍ତୁ