ଓଡ଼ିଶାରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ CPET (Common PG Entrance Test) ପ୍ରବେଶିକା ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଷ୍ଟେଟ ସିଲେକ୍ସନ ବୋର୍ଡ (SSB) ପକ୍ଷରୁ ଏହି ସୂଚୀ ଜାରି କରାଯାଇଛି । ଆସନ୍ତା ମେ’ ୫ ତାରିଖରୁ ମେ’ ୧୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।ମୋଟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟରେ ଦିନ ୧୦ଟା ଓ ୨ୟ ସିଫ୍ଟରେ ଅପରାହ୍ଣ ୩ଟାରେ ପରୀକ୍ଷା ଦେବେ। ୩୧,୯୧୫ ପିଜି ସିଟ୍ ନିମନ୍ତେ ଆବେଦନ କରିଛନ୍ତି ୫୮,୭୦୮ ଛାତ୍ରଛାତ୍ରୀ।ଏପ୍ରିଲ ୩୦ରୁ ଛାତ୍ରଛାତ୍ରୀମାନେ ଏସଏସବି ୱେଟସାଇଡ (https://ssbodisha.ac.in/)କୁ ଯାଇ ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ସ୍ନାନକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଏଥି ସହ ଜୁଲାଇ ୧୦, ୨୦୨୬ ରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।
