ପ୍ରକାଶ ପାଇଲା ଓଷ୍ଟେଟ- ୨୦୨୫ ପରୀକ୍ଷା ଫଳ

ପ୍ରକାଶ ପାଇଲା OSSTET- ୨୦୨୫ ପରୀକ୍ଷା ଫଳ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ- ଓଷ୍ଟେଟ । ଏଥିରେ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଅଟେ । www.bseodisha.ac.in ଓ www.bseodisha.nic.in ରେ ଅପରାହ୍ଣ ୪ ଟାରୁ ଉପଲବ୍ଧ ହୋଇଛି ରେଜଲ୍ଟ ।ଏହାସହିତ ପାସ୍ ପରୀକ୍ଷାର୍ଥୀ ମାନେ ସେମାନଙ୍କ ସାର୍ଟିଫିକେଟ୍ ମଧ୍ୟ ୱେବସାଇଟ୍‌ରୁ ଡାଉନଲୋଡ୍ କରିପାରିବେ । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇନାହାନ୍ତି OMR ସିଟ୍‌ ଡାଉନଲୋଡ୍‌ କରିପାରିବେ । ତେବେ ଯେଉଁମାନେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନେ ଆଗାମୀ ୭ ଦିନ ମଧ୍ୟରେ ଓଏମ୍‌ଆର୍‌ ସିଟ୍‌ ବୋର୍ଡରୁ ନେଇ ପାରିବେ ।

ଅଧିକ ପଢନ୍ତୁ