ବିହାର ରାଜନୀତିରେ ନୀତିଶ ଯୁଗର ଅନ୍ତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୦ ରାଜ୍ୟସଭାକୁ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ବିହାରକୁ ଏକ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି। ନୀତୀଶ ଦିଲ୍ଲୀ ଯିବା ପରେ, ରାଜ୍ୟର ମଙ୍ଗ କିଏ ସମ୍ଭାଳିବେ ? ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ରେସ୍ ରେ ୮ ବିଧାୟକ ଥିବା କୁହାଯାଉଛି । ସୂଚନା ଅନୁସାରେ, ସମ୍ରାଟ ଚୌଧୁରୀ, ସଂଜୀବ ଚୌରାସିଆ, ରମା ନିଷାଦ, ବିଜୟ ସହ୍ନା ଏବଂ ଜନକ ରାମ ରେସ୍ରେ ଅଛନ୍ତି । ଏହା ବ୍ୟତୀତ ବିଜୟ କୁମାର ସିହ୍ନା, ନିତ୍ୟାନନ୍ଦ ରାୟ, ଦିଲୀପ ଜୟସ୍ବାଲଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ନୂଆ ସରକାରରେ ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି।ବିହାରରେ ଖୁବଶୀଘ୍ର ନୂତନ ସରକାର ଗଠନ ହେବାର ସମ୍ଭାବନା ଥିବାରୁ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ସମ୍ରାଟ ଚୌଧୁରୀ ସବୁଠୁ ଆଗରେ ରହିଛନ୍ତି । ବର୍ତ୍ତମାନ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅଛନ୍ତି। ୨୦୧୮ରେ ବିଜେପିରେ ଯୋଗ ଦେଇଥିଲେ ସମ୍ରାଟ । ସେ ଅଳ୍ପ ସମୟ ମଧ୍ୟରେ ରାଜ୍ୟ ସଭାପତି ପଦବୀରେ ପହଞ୍ଚି ନିଜର ରାଜନୈତିକ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ କୋଏରୀ ଜାତି (ଓବିସି)ରୁ ଆସିଛନ୍ତି । ଆରଜେଡି ସରକାରରେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ସମ୍ରାଟ ଚୌଧୁରୀ ।୧୪ ତାରିଖରେ ଏନଡିଏ ବିଧାୟକ ଦଳ ବୈଠକରେ ନୂଆ ନେତାଙ୍କ ନାମ ଉପରେ ଚୂଡ଼ାନ୍ତ ମୋହର ବାଜିବ।
