ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । । ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ ପଡ଼ିଥିଲେ। ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ସ୍ଥାନାନ୍ତର କରାଯାଇଥିଲା। ଗତ ୫ ତାରିଖରେ ଶପଥ ନେଇଥିଲେ ଜଷ୍ଟିସ୍। ବର୍ତ୍ତମାନ ଆଭ୍ୟନ୍ତରୀଣ ତଦନ୍ତର ସମ୍ମୁଖୀନ ହେଉଛନ୍ତି ବୋଲି ସୂଚନା ମିଳିଛି।ଜଷ୍ଟିସ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ସଂସଦରେ ବହିଷ୍କାର ପ୍ରକ୍ରିୟା (Impeachment) ଚାଲିଥିଲା । ଯଦି ସଂସଦ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ବହିଷ୍କାର କରିଥାନ୍ତା, ତେବେ ସେ ନିଜର ପେନସନ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ହରାଇଥାନ୍ତେ । ତେଣୁ ଏହି ସରକାରୀ ସୁବିଧାଗୁଡ଼ିକୁ ବଞ୍ଚାଇବା ପାଇଁ ସେ ବହିଷ୍କାର ପ୍ରକ୍ରିୟା ଶେଷ ହେବା ପୂର୍ବରୁ ନିଜ ଆଡ଼ୁ ଇସ୍ତଫା ପତ୍ର ଦେଇଛନ୍ତି ।
ଗତ ମାର୍ଚ୍ଚ ୧୪ ତାରିଖରେ ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବାସଭବନ ଆଉଟ ହାଉସରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀ ବିପୁଳ ପରିମାଣର ନଗଦ ଟଙ୍କା ପୋଡି ଯାଇଥିବା ଦେଖିଥିଲେ । ବିଚାରପତିଙ୍କ ବାସଭବନରେ ଏତେ ଟଙ୍କା କୁଆଡୁ ଆସିଲା ତାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହୋଇଥିଲା ।ଏହି ଘଟଣା ପରେ ସୃଷ୍ଟି ହୋଇଥିବା ବିବାଦ ପରେ, ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ନ୍ୟାୟିକ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇନଥିଲା।
