ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଟିକିରାପଡ଼ା ଗ୍ରାମରେ ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ଦିବ୍ୟାଙ୍ଗ ବୃଦ୍ଧା ଜୀବନ୍ତ ଦଗ୍ଧ । ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର ସହିତ ଜଳିଗଲେ ବୃଦ୍ଧା । ମୃତକ ହେଉଛନ୍ତି ୬୦ ବର୍ଷୀୟ ବୃଦ୍ଧା ସୂର୍ଯ୍ୟକାନ୍ତି ସାହୁ । ବୃଦ୍ଧା ଜଣକ ଦୀର୍ଘ ବର୍ଷରୁ ଶଯ୍ୟାଶାୟୀ ଥିଲେ । ବାଉଁସୁଣୀ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କରୁ ଉଦ୍ଧାର କରିଛନ୍ତି । ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।ହି ମର୍ମନ୍ତୁଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଏବେ ଗଭୀର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
