ଗଭୀର ବୋରୱେଲ ଭିତରେ ୩ ବର୍ଷର ଶିଶୁ । ୭୦ରୁ ୭୫ ଫୁଟ ବୋରୱେଲକୁ ଖସିପଡିଛି ଶିଶୁ । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ମଧ୍ୟପ୍ରଦେଶ ଉଜ୍ଜୟିନୀ ଜିଲ୍ଲାର ବଡନଗର ତହସିଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ, ଏସଡିଆରଏଫ ସହ ହୋମଗାର୍ଡ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଧିକାରୀ ।ଗତ ଗୁରୁବାର ରାତି ପ୍ରାୟ ୮ଟାରେ ଶିଶୁଟି ଘର ଅଗଣାରେ ଖେଳୁଥିଲା । ଏହି ସମୟରେ ଅସାବଧାନ ବଶତଃ ଘର ନିକଟରେ ଖୋଳାଯାଇଥିବା ଏକ ବୋରୱେଲ ଭିତରକୁ ଖସିପଡିଥିଲା । ବୋରୱେଲ ଭିତରକୁ ଖସିପଡ଼ିଥିବା ଶିଶୁ ପ୍ରବୀଣ ଦେବାସିଙ୍କ ପୁଅ ଭଗିରଥ ।ବୋରୱେଲରେ ଏକ କ୍ୟାମେରା ପକାଇ ପିଲାଟି ଉପରେ ନିରନ୍ତର ନଜର ରଖାଯାଇଛି, ଏବଂ ତା’ ସହିତ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ତାକୁ ପାଇପ୍ ମାଧ୍ୟମରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।
