ଆଜିଠୁ କାଳବୈଶାଖୀ ସମ୍ଭାବନା ନାହିଁ । ଆଜିଠାରୁ ଗୁଳୁଗୁଳି ଆରମ୍ଭ

ଗୁଳୁଗୁଳିରେ ଆଜିଠାରୁ ସନ୍ତୁଳି ହୋଇଯିବ ଉପକୂଳ ଓଡ଼ିଶା । ୧୬ ଯାଏଁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ଲୋକେ ଗରମ, ଗୁଳୁଗୁଳିରେ ନୟାନ୍ତ ହେବେ।୧୩ ତାରିଖବେଳକୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ। ଉପକୂଳ ଓଡ଼ିଶାରେ ପାରଦ ୩୫-୩୭ ଡିଗ୍ରୀ ରହିପାରେ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ତାରିଖ ବେଳକୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଉପକୂଳରେ ଆର୍ଦ୍ରତା ପରିମାଣ ପ୍ରାୟ ୭୫% ରହିବ। ତେଣୁ ଅସହ୍ୟ ଗୁଳୁଗୁଳି ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତତଲା ପବନ ପ୍ରବାହିତ ହେବ । ଆଜିଠୁ କାଳବୈଶାଖୀ ସମ୍ଭାବନା ପ୍ରାୟତଃ ନାହିଁ । ରବିବାର ଓ ସୋମବାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଶନିବାରଠାରୁ ବାଲେଶ୍ଵର, ଭଦ୍ରକ, ଯଳପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପାରେ। ଯାହାଳି ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଅଧିକ ପଢନ୍ତୁ