ଶାନ୍ତି ଆଲୋଚନା ପୂର୍ବରୁ ଇରାନକୁ ପୁଣି ଧମକାଇଲେ ଟ୍ରମ୍ପ

ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ। ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନେଇ ଇରାନକୁ ଚେତାବନୀ। ଇରାନ ସହଯୋଗ କରୁ କି ନକରୁ, ହର୍ମୁଜ ଖୋଲିବ ଆମେରିକା।ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି କଥାବାର୍ତ୍ତା ବିଫଳ ହେଲେ ତେହରାନ ବିରୋଧରେ ଆହୁରି ବଡ ସାମରିକ ଅଭିଯାନ କରାଯିବ। ଏପରି କି ଇରାନ ବିରୋଧରେ ବଡ ଅଭିଯାନ ନିମନ୍ତେ ଆମେରିକା ତାର ଯୁଦ୍ଧଜାହାଜଗୁଡିକୁ ଭଲ ଭଲ ଯୁଦ୍ଧାସ୍ତ୍ର ଲୋଡ୍‌ କରିବା ଆରମ୍ଭ କରିଛି। ଏହି ଯୁଦ୍ଧ ଜାହାଜଗୁଡିକୁ ଇରାନ ଅଭିମୁଖେ ପ୍ରେରଣ କରାଯିବ।ଟ୍ରମ୍ପ ଇରାନର ପରାଜୟ ଦାବି କରିଛନ୍ତି। କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ନିଜେ ଖୋଲିବ। ସେମାନେ ସାମରିକ ଭାବରେ ହାରିଯାଇଛନ୍ତି। ଏବେ ଆମେ କୌଣସି ଚୁକ୍ତି ସହିତ କିମ୍ବା ବିନା ଉପସାଗର ଖୋଲିବୁ। କିନ୍ତୁ ଏହା ଖୋଲିବ। ଆମେରିକାର ରାଷ୍ଟ୍ରପତି ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରକ୍ରିୟା ଶୀଘ୍ର ଆଗକୁ ବଢ଼ିବ। ସେ ଇରାନକୁ ଚେତାବନୀ ଦେଇ କହିଥିଲେ, ମୁଁ ଭାବୁଛି ଏହା ବହୁତ ଶୀଘ୍ର ଆଗକୁ ବଢ଼ିବ, ଏବଂ ଯଦି ଏହା ନ ହୁଏ, ତେବେ ଆମେ ଏହାକୁ କୌଣସି ପ୍ରକାରେ ସମାପ୍ତ କରିବୁ।ଟ୍ରମ୍ପ କହିଛନ୍ତି ଯେ ଇରାନବାସୀଙ୍କ ଯୁଦ୍ଧ କରିବାକୁ ସାହସ ନାହିଁ। ସେମାନେ ମିଛ ଖବରକୁ ଭଲ ଭାବେ ପରିବେଷଣ କରିପାରନ୍ତି। ଶାନ୍ତି କଥାବାର୍ତ୍ତାକୁ ନେଇ ଉଭୟ ଇରାନ ଓ ଆମେରିକା କଠୋର ମନୋଭାବ ପୋଷଣ କରୁଥିବାରୁ ଏହାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଏବେ ୧୪ଦିନିଆ ଅସ୍ଥାୟୀ ଅସ୍ତ୍ରବିରତି ହୋଇଥିବାବେଳେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆଜି ଇସଲାମାବାଦରେ କଥାବାର୍ତ୍ତା ହେବେ ।

ଅଧିକ ପଢନ୍ତୁ