ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସାମ୍ନାକୁ ଆସିଛି। ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ‘ଆମେ ବିଚିତ୍ର ବିଶ୍ବ’ର ପ୍ରଥମ ପ୍ରସଙ୍ଗରେ ପୃଷ୍ଠା-୪ରେ ବ୍ରହ୍ମପୁରକୁ ଏକ ଜିଲା ଭାବେ ବର୍ଣ୍ଣନା କରାଯାଇଛି। ଓଡ଼ିଶାର ଗଞ୍ଜାମ ଜିଲା ଅଧୀନରେ ବ୍ରହ୍ମପୁର ଏକ ପ୍ରମୁଖ ସହର ଏବଂ ମହାନଗର ନିଗମ ହୋଇଥିବାବେଳେ ପୁସ୍ତକରେ ଏହାକୁ ଜିଲା ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଶିକ୍ଷକ, ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।ଏଥିରେ ଉଲ୍ଲେଖ ହୋଇଛି, ଗୁଜରାଟର ଲୁଣିଆ ଅଞ୍ଚଳ ଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ । ଏହା ଭାରତର ସବୁଠୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ । ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା ‘ହୁମ୍ମା’ଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି । ଜଣେ ଶିକ୍ଷକ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଆରମ୍ଭରୁ ବିଚିତ୍ର । ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ବହି ‘ଆମ ବିଚିତ୍ର ବିଶ୍ୱ’ର ପ୍ରଥମ ପ୍ରସଙ୍ଗରେ (ପୃଷ୍ଠା-୪)ରେ ବ୍ରହ୍ମପୁରକୁ ଏକ ଜିଲ୍ଲା ବୋଲି ବର୍ଣ୍ଣନା କରାଯାଇଛି । ବହିଟିର ନାମ କାର୍ଯ୍ୟ ଅନୁଯାୟୀ ଠିକ୍ ଅଛି ବୋଲି ଉପହାସ କରିଛନ୍ତି । ବିଚିତ୍ର କଥା ବିଚିତ୍ର ବହିରେ ବୋଲି କହିଛନ୍ତି ।
