ରାଧେ ରାଧେ କହୁକହୁ ବୁଡ଼ିବାକୁ ଲାଗିଲେ ଭକ୍ତ, ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଛି

ଉତ୍ତରପ୍ରଦେଶ ମଥୁରା ଜିଲ୍ଲା ବୃନ୍ଦାବନ ଯମୁନା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ତେବେ ଅଘଟଣ ଘଟିବା ପୂର୍ବର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭକ୍ତମାନେ ଖୁସିର ସହ ରାଧେ ରାଧେ ଗାଉଥିଲେ । ହଠାତ ଡଙ୍ଗା ବୁଡ଼ିବାକୁ ଲାଗିଥିଲା । ଏହି ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।ଭିଡିଓରେ ଦେଖାଯାଇଛି କି,ଭକ୍ତମାନେ ଆନନ୍ଦରେ “ରାଧେ-ରାଧେ” ମନ୍ତ୍ର ଗାନ କରୁଥିଲେ, କିଛି ଭିଡିଓ କରୁଥିଲେ, ଅନ୍ୟମାନେ ତାଳି ବଜାଉଥିଲେ । ହଠାତ୍ ଡଙ୍ଗାଟି ହଲିବାକୁ ଲାଗିଲା, ଏବଂ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ଏହା କିଛି ସମୟ ପରେ ଓଲଟି ପଡ଼ିଲା, ଏବଂ ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ । ତଥାପି, କିଛି ଡଙ୍ଗା ଚାଳକଙ୍କ ସତର୍କତା ଯୋଗୁଁ କିଛି ଜୀବନ ବଞ୍ଚିଗଲା।୨୭ଜଣ ଶ୍ରଦ୍ଧାଳୁ ଯାଉଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଶେଷ ଖବର ସୁଦ୍ଧା ୪ ଜଣ ନିଖୋଜ ଥିଲେ । ବାକି ୧୨ ଜଣ ସୁରକ୍ଷିତଭାବେ ଉଦ୍ଧାର ହୋଇଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ମୃତ୍ୟୁମୁଖରେ ଛାଡି ପଳାଇଯାଇଥିବା ଡଙ୍ଗା ମାଲିକ ପପୁ ନିଷାଦଙ୍କୁ ପୁଲିସ୍‌ ଗିରଫ କରିଛି।ଏହି ହୃଦୟବିଦାରକ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ଅକାଳ ମୃତ୍ୟୁ ଘଟିଛି। ​ଏହି ସମସ୍ତ ଭକ୍ତ ପଞ୍ଜାବର ଲୁଧିଆନା ଜିଲ୍ଲାର ଜାଗ୍ରାଓଁରେ ଥିବା ଶ୍ରୀ ବାଙ୍କେ ବିହାରୀ କ୍ଲବ ପକ୍ଷରୁ ବୃନ୍ଦାବନ ଆସିଥିଲେ। ଏପ୍ରିଲ ୯ ତାରିଖରେ କ୍ଲବ ଦୁଇଟି ବସ୍ ଯୋଗେ ମୋଟ ୧୩୦ ଜଣ ଭକ୍ତଙ୍କୁ ଚାରି ଦିନିଆ ଧାର୍ମିକ ତୀର୍ଥଯାତ୍ରାରେ ବୃନ୍ଦାବନ ପଠାଇଥିଲା। ସମସ୍ତ ଭକ୍ତ ଶୁକ୍ରବାର ସକାଳେ ବୃନ୍ଦାବନରେ ପହଞ୍ଚିଥିଲେ । ଏବଂ ଦୁର୍ଘଟଣା ଅପରାହ୍ନ ୩ ଟା ସମୟରେ ଘଟିଥିଲା। ପ୍ରଶାସନ ଏପର୍ଯ୍ୟନ୍ତ ନିଖୋଜ ଲୋକଙ୍କ ସଠିକ୍ ସଂଖ୍ୟା ଗଣନା କରୁଛି।

ଅଧିକ ପଢନ୍ତୁ