ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ

ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ୧୩ ଅପ୍ରେଲ ୧୯୧୯ରେ ପଞ୍ଜାବର ଅମୃତସରରେ ଘଟିଥିବା ଏକ ବ୍ରିଟିଶ ନୃଶଂସ କାଣ୍ଡ। ବୈଶାଖୀ ଦିନ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ଏକ ଆବଦ୍ଧ ପଡ଼ିଆରେ ନିରସ୍ତ୍ର ଭାରତୀୟଙ୍କ ଉପରେ ନିର୍ବିଚାର ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଶତାଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ। ଏହି ଗୁଳିଚାଳନା ବ୍ରିଟିଶ ଶାସନର ନିଷ୍ଠୁରତାର ପ୍ରମାଣ ଦେଇଥିଲା।

ଘଟଣା ସେତେବେଳେ ଭାରତୀୟଙ୍କ ମଧ୍ୟରେ ବ୍ରିଟିଶ ଶାସନ ବିରୋଧରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଥିଲା। ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର ପ୍ରମୁଖ ମହାନ ନେତାମାନେ ଏହାର ତୀବ୍ର ନିନ୍ଦା କରିଥିଲେ। ଏଥିରେ ମର୍ମାହତ ହୋଇ ରବୀନ୍ଦ୍ରନାଥ ତାଙ୍କର ‘ନାଇଟ୍‌ହୁଡ’ ଉପାଧି ତ୍ୟାଗ କରିଥିଲେ। ଏହି ହତ୍ୟାକାଣ୍ଡ ସ୍ବାଧୀନତା ଆନ୍ଦୋଳନକୁ ନୂଆ ଦିଗ ଦେଖାଇଥିଲା ଏବଂ ଅସହଯୋଗ ଆନ୍ଦୋଳନର ମୂଳଦୁଆ ପକାଇଥିଲା।ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ହେଉଛି ବ୍ରିଟିଶ ଇତିହାସର ସେହି କଳା ପୃଷ୍ଠା ଯାହା ବ୍ରିଟିଶମାନଙ୍କ ଅତ୍ୟାଚାରକୁ ପ୍ରତିଫଳିତ କରିଥାଏ । ରିପୋର୍ଟ ଅଫ୍ ଡିସର୍ଡର୍ସ ଇନକ୍ୱାରି କମିଟି (୧୯୧୯-୧୯୨୦) ଅନୁଯାୟୀ ଜେନେରାଲ୍ ଡାୟର୍ ତାଙ୍କ କାର୍ଯ୍ୟକୁ ଯଥାର୍ଥ ବୋଲି ଯୁକ୍ତି ଦର୍ଶାଇ କହିଛନ୍ତି ଯେ ସେ ତାଙ୍କ କର୍ତ୍ତବ୍ୟକୁ ପାଳନ କରିଛନ୍ତି । ଡାୟର ସ୍ୱୀକାର କରିଛନ୍ତି ଯେ ଜାଲିଆନୱାଲା ବାଗରେ ବିନା ଗୁଳି ଚଳାଇ ସେ ସଭାକୁ ଭାଙ୍ଗି ପାରିଥାନ୍ତେ । କିନ୍ତୁ, ସଭାରେ ଉପସ୍ଥିତ ଲୋକମାନେ ପୁଣି ଫେରି ଆସି ତାଙ୍କୁ ଉପହାସ କରି ମୂର୍ଖ ବୋଲି ଭାବିଥାନ୍ତେ ବୋଲି ନିଜ ସଫେଇ କହିଥିଲେ ।

ଅଧିକ ପଢନ୍ତୁ