ମଧ୍ୟରେ ପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର। ୧୬୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ନିଫ୍ଟି ୪୦୦ ପଏଣ୍ଟ ହ୍ରାସ । ୧୦୦ ଟପିଲା କ୍ରୁଡ ଅଏଲ ଦର। ବିଶ୍ବ ଇନ୍ଧନ ପରିବହନର ପ୍ରମୁଖ ମାର୍ଗ ହର୍ମୁଜକୁ ବ୍ଲକ କରିବାକୁ ଭଭୟ ଇରାନ ଓ ଆମେରିକା ଧମକ ଦେବା ପରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ସେହିପରି ଡଲାର ତୁଳନାରେ ଦୁର୍ବଳ ହୋଇଛି ଭାରତୀୟ ମୁଦ୍ରା। ସୁନା ଓ ରୁପା ଦାମ୍ ବି ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୩୮୦ ଟଙ୍କା ଖସି ୧ ଲକ୍ଷ ୫୨ ହଜାର ୪୬୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୩୫୦ ଟଙ୍କା କମି ୧ ଲକ୍ଷ ୩୯ ହଜାର ୭୫୦ ଟଙ୍କା ହୋଇଛି। ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୨୯୦ ଟଙ୍କା କମି ୧ ଲକ୍ଷ ୧୪ ହଜାର ୩୪୦ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା କେଜି ୫ ହଜାର ଟଙ୍କା ଖସି ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି।
