ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୪୦/୪ ରନର ବିଶାଳ ସ୍କୋର କରିଥିଲା । ତେବେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । କିନ୍ତୁ ଏହି ମ୍ୟାଚରେ ନିଜ ଇନିଂସରେ ଖୁସି ନଥିଲେ କୋହଲି । ତେଣୁ ରାଗରେ ଆଉଟ ହେବା ପରେ ହଠାତ୍ ମୁଣ୍ଡରେ ପିନ୍ଧିଥିବା ହେଲମେଟକୁ କାଢି ଫିଙ୍ଗିଦେଲେ । ଯାହା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । । କୋହଲି ୩୮ ବଲ ସାମ୍ନା କରି ୫ ଚୌକା ଓ ଗୋଟିଏ ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । କୋହଲି ବଡ଼ ଇନିଂସ ଖେଳିବା ଲକ୍ଷ୍ୟ ରହିଥିଲେ । ତେଣୁ ସେ ନିଜ ଆଉଟକୁ ସହଜରେ ଗ୍ରହଣ କରିପାରି ନଥିଲେ । ରିପୋର୍ଟ ଅନୁସାରେ, ପାଦ ଗଣ୍ଠିରେ ଆଘାତ ଯୋଗୁ ସେ ଫିଲ୍ଡିଂ କରିନଥିଲେ । ତେବେ ବିରାଟ ହେଲମେଟ ଫିଙ୍ଗିବା ଏବଂ ଗ୍ଲୋବ୍ସ ଫିଙ୍ଗିବା ପରେ ବିସିସିଆଇ ତାଙ୍କ ଉପରେ ଆକ୍ସନ ନେଇପାରେ ବୋଲି ଆଲୋଚନା ଚାଲିଛି ।
