ବିଜେଡି- କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତି ବଡ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଖଡ୍ଗେ ଜୀ ଏବଂ ରାହୁଲ ଗାନ୍ଧୀ ଚାହିଁବେ । ଆଉ ଏପଟେ ବିଜେଡି ସୁପ୍ରିମୋ ବି ଯଦି ଚାହିଁବେ । ତେବେ ମେଣ୍ଟ ନେଇ କିଛି ଘଟିପାରେ ।ରାଷ୍ଟ୍ରର ହିତ ପାଇଁ ବିଜେଡି ସହିତ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ । ଆମେ ଏକାକି ଲଢିବା ନେଇ ପ୍ରସ୍ତୁତ ଅଛୁ । ଆଗାମୀ ଦିନରେ କଣ ହେବ,ତାହା ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ । ତେବେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରିବ । ଏଆଇସିସି ଯଦି ନିଷ୍ପତ୍ତି ନିଏ, ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ । ଖୋର୍ଦ୍ଧାର କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ବେଳେ ଏପରି କହିଲେ ଭକ୍ତ ଦାସ ।ଅନ୍ୟପଟେ ପିସିସି ସଭାପତିଙ୍କ ମେଣ୍ଟ ପ୍ରସଙ୍ଗ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର । ଦେବୀ କହିଛନ୍ତି ଯେ, ସମ୍ଭାବନା ସବୁ କ୍ଷେତ୍ରରେ ରହିଛି। ପିସିସି ସଭାପତି ଯଦି କହିଛନ୍ତି , ତାହାଲେ କିଛି ଅନୁଧ୍ୟାନ କରି କହିଥିବେ। ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।
