ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍

ଛେନା ପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ।

ନୟାଗଡ଼ ଛେନାପୋଡ଼ GI ଟ୍ୟାଗ ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ଏହିକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର ଅପ୍ରେଲ୍‌ ୧୧ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିଥିଲେ ।ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି । ​ଏ ବିଷୟରେ ଆଲୋଚନା ପାଇଁ କନସଲଟେଟିଭ୍ ଗ୍ରୁପ୍ ମିଟିଂ ଆସନ୍ତା ମେ ୨୮ ଏବଂ ୨୯ ହେବ । ସାଂସଦ ସମ୍ବିତ ପାତ୍ରଙ୍କୁ ପତ୍ର ଲେଖି ଏ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ।ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି । ​ଏ ବିଷୟରେ ଆଲୋଚନା ପାଇଁ କନସଲଟେଟିଭ୍ ଗ୍ରୁପ୍ ମିଟିଂ ଆସନ୍ତା ମେ ୨୮ ଏବଂ ୨୯ ହେବ । ସାଂସଦ ସମ୍ବିତ ପାତ୍ରଙ୍କୁ ପତ୍ର ଲେଖି ଏ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ।

ଅଧିକ ପଢନ୍ତୁ