ଦୀର୍ଘ ୨୦ ବର୍ଷ ଧରି ବିହାର ଚାଲିଥିବା ନୀତିଶ ଯୁଗର ସମାପ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କ୍ୟାବିନେଟ୍ ଭଙ୍ଗ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି କେବଳ ବିହାରରେ ନୁହେଁ ବରଂ ଦେଶର ସମଗ୍ର ରାଜନୈତିକ ଦୃଶ୍ୟପଟରେ ଝଡ଼ ସୃଷ୍ଟି କରିଛି, କାରଣ ନୀତିଶ କୁମାର ଦଶନ୍ଧି ଧରି ରାଜ୍ୟ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି। ବିହାର ରାଜନୈତିକ ଭାଗ୍ୟ ଭବିଷ୍ୟତ ଏବେ ବିଜେପି ହାତରେ ସମର୍ପିତ କରିଛନ୍ତି । ଏସବୁ ଭିତରେ ବିହାର ପାଇଁ ନୀତିଶ କୁମାର ଶେଷ ଚିଠି ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି କି, ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବିହାର ଲୋକଙ୍କ ପାଇଁ ସେ ଅନେକ କାମ କରିଛନ୍ତି । ଏତେଦିନ ବିହାର ଲୋକମାନେ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହାସହ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନୀତିଶ ଲେଖିଛନ୍ତି କି, “ଆପଣ ଜାଣିଛନ୍ତି ନଭେମ୍ବର ୨୪, ୨୦୦୫ ରେ ରାଜ୍ୟରେ ପ୍ରଥମଥର ପାଇଁ ଏନଡିଏ ସରକାର ଗଠନ ହୋଇଥିଲା । ସେବେଠାରୁ ବିହାରରେ ଆଇନର ରାଜୁତି ଚାଲିଛି । ଏହାସହ ଏନଡିଏ ସରକର ଲଗାତାର ଭାବେ ବିହାର ବିକାଶ ପାଇଁ କାମ କରୁଛି । ରିପୋର୍ଟ ଅନୁସାରେ, ଇସ୍ତଫା ପରବର୍ତ୍ତୀ ପରିସ୍ଥିତିରେ ଜେଡି(ୟୁ)ର ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେପିରୁ ଜଣେ ମୁଖ୍ୟମନ୍ତ୍ରୀ ରହିପାରନ୍ତି।
