ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି । ପାଟନାର ଲୋକଭବନରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।। ଆଜି କେବଳ ଏହି ତିନି ନେତା ଶପଥ ଗ୍ରହଣ କରିଛନ୍ତି । ନୂତନ ଏନଡିଏ ସରକାର ଗଠନ ହେବା ପରେ ମଧ୍ୟ କ୍ୟାବିନେଟରେ ୩୩ଟି ମନ୍ତ୍ରୀ ପଦ ଖାଲି ରହିଛି ।
ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବିଜେପି ସଭାପତି ନୀତିନ ନବୀନ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଚିରାଗ ପାସୱାନ ଏବଂ ଜିତନ ରାମ ମାଞ୍ଝି ବିଶେଷ ଭାବରେ ଉପସ୍ଥିତ ଥିଲେ ।ଏହା ପ୍ରଥମ ଥର ଯେତେବେଳେ ବିଜେପିକୁ ବହୁମତ ଆସନ ମିଳିଛି ଏବଂ ସମ୍ରାଟ ଚୌଧୁରୀଙ୍କ ନାମରେ ନିଜର ମୁଖ୍ୟମନ୍ତ୍ରୀ ମଧ୍ୟ ମିଳିଛି ।
