ଡି ଲିମିଟେସନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଅରୁଣ 

ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୩୧ ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଚିଠିରେ ରାଜନୈତିକ ପ୍ରତିନିଧିତ୍ୱ ଓ ଅର୍ଥନୈତିକ ସ୍ୱାର୍ଥ କଥା ଉଠାଇଛନ୍ତି ନବୀନ ।ସେ କହିଛନ୍ତି ଯେ ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ, ସମାନୁପାତିକ ପ୍ରତିନିଧିତ୍ବ, ଗୌରବ ଅକ୍ଷୁଣ୍ଣ ଜରୁରୀ। ଡିଲିମିଟେସନରେ ପ୍ରତିନିଧିତ୍ବ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ବ ୩.୯ରୁ ୩.୪%କୁ ହ୍ରାସ ଘଟିବ। ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ। ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି ଏହା କରିବାକୁ ଦିଅନ୍ତୁନି ।ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥକୁ ସୁରକ୍ଷା ଦିଅନ୍ତୁ କହିଛନ୍ତି ନବୀନ । ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତତ୍ତ୍ୱେ ଓଡିଶାକୁ ଦଣ୍ଡିତ କରାନଯାଉ । କେନ୍ଦ୍ରୀୟ ରାଜସ୍ୱକୁ ବଡ ଅବଦାନ ସତ୍ତ୍ୱେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି । ଯଦି ଓଡିଶାର ପ୍ରତିନିଧିତ୍ୱ କମୁନି ତାହାଲେ ସଂଶୋଧନକୁ ସମର୍ଥନ ଉଚିତ । ଅନ୍ୟପଟେ ଡି ଲିମିଟେସନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ରିପୋର୍ଟ ଅନୁସାରେ ବର୍ତ୍ତମାନ ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ ପରି ରାଜ୍ୟ ଲାଭବାନ ହେଉଥିବା ବେଳେ ଓଡ଼ିଶା କ୍ଷତି ସହିବ । ୨୦ ବିଜେପି ସାଂସଦଙ୍କ ସହାୟତାରେ କେନ୍ଦ୍ରରେ ବିଜେପି ସରକାର ଗଢ଼ିଛି ।ବିଜେପିର ସାଂସଦ ମାନେ ଓଡ଼ିଶା କଥା କୁହନ୍ତୁ । ବିଜେପି ଯେଉଁଠି ଆଶା କରୁଛନ୍ତି ସୁବିଧାରେ ରହିବେ ସେହି ହିସାବରେ ସିଟ୍ ବଢୁଛି । କିନ୍ତୁ ଓଡ଼ିଶାରେ ୩ ରୁ ୪ଟି ଆସନ ଖସିବ । ସେହି ହିସାବରେ ବିଧାନସଭା ଆସନ କମିବ । ଉଭୟ ସଂସଦ ଓ ବିଧାନସଭାର ଓଡ଼ିଶାର ପ୍ରତିନିଧିତ୍ୱ କମିବ ।

ଅଧିକ ପଢନ୍ତୁ