ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା । ଖୁବଶୀଘ୍ର ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI ଓଡ଼ିଶା । SITI ହେଉଛି ଷ୍ଟେଟ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫରମେଟିଭ୍ ଇନିସିଏଟିଭ୍ ।କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର SITI-Odisha’ର ସ୍ଥାପନ କରିଛନ୍ତି। ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୨୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ମୋହନ ସରକାର ଏହି ‘ସିଟି-ଓଡ଼ିଶା’ ଗଠନ କରି ରାଜ୍ୟରେ ପ୍ରଶାସନିକ ରଣନୀତି, ପ୍ରମାଣଭିତ୍ତିକ ନୀତି-ଯୋଜନା ପ୍ରଣୟନ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ନେଇ ଆଗକୁ ବଢ଼ିବା ସହ ବିକାଶର ଧାରାରେ ଏକ ବଡ଼ଧରଣର ରୂପାନ୍ତର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବେ ଏକ ପରିଚାଳନା ପରିଷଦ ରହିବ ।
ଦୀର୍ଘ ବର୍ଷ ଧରି ରାଜ୍ୟର ଯୋଜନା ପ୍ରସ୍ତୁତ କରୁଥିବା ବୋର୍ଡ ଏବେ ଆଧୁନିକ ଓ ପରିବର୍ତ୍ତିତ ରୂପରେ ଆସିଛି। ଏହାର ଲକ୍ଷ୍ୟ ହେଉଛି ‘ନୀତି ଓ ବିକାଶ’। ଏହା ସହିତ ଜଣେ ଉପାଧ୍ୟକ୍ଷ, ଚାରି ପୂର୍ଣ୍ଣକାଳୀନ ସଦସ୍ୟ, ନଅ ଜଣ ପଦାଧିକାରୀ ଏବଂ ଦୁଇଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ସାଂଗଠନିକ ଢାଞ୍ଚା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ପଦର ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ପଡିବ।
