ଜେଲରୁ କଏଦି ଫେରାର, କର୍ତ୍ତୃପକ୍ଷଙ୍କ ଅବହେଳା ଓ ଢିଲା ସୁରକ୍ଷା ନେଇ ଉଠିଛି ପ୍ରଶ୍ନ

କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪ ତାରିଖରୁ ସେ ବିଚାରଧିନ କଏଦୀ ଭାବରେ ସ୍ଥାନୀୟ ଜିଲା କାରାଗାରରେ ଥିଲା। ଗତକାଲି ରାତି ୧୨ଟା ୫୬ ମିନିଟରେ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ଜଣାପଡିଛି। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।ସବୁଠୁ ଆଶ୍ଚର୍ଯ୍ୟକର କଥା ସହର ମଧ୍ୟ ଭାଗରେ ଥିବା ଜେଲର ବଡ଼ ପାଚେରୀ ଡେଇଁ କେମିତି ପଳେଇବା କଏଦୀ, ତାକୁ ନେଇ ପ୍ରଶ୍ନ ଉଠିଛି। ଜେଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଜେଲକୁ ଜଗିବା ପାଇଁ ଟାୱାର ଉପରେ ସୁରକ୍ଷା ଓ ସିସିଟିଭି ଲାଗିଛି। ଏତିକି ସୁରକ୍ଷା ବ୍ୟବସ୍ଥାରେ ଜେଲରୁ କଏଦି ଫେରାର ହେବା କର୍ତ୍ତୃପକ୍ଷଙ୍କ ଅବହେଳା ଓ ଢିଲା ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

ଅଧିକ ପଢନ୍ତୁ