ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ ମହିଳା ଜୀବନ ହାରିଛନ୍ତି। ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ । ତାଙ୍କ ଘର ପୁଇନ୍ତଲା ଥାନା ଅନ୍ତର୍ଗତ ଡୁମେୱରବାହାଲ ଗ୍ରାମର ବୋଲି ଜଣାପଡିଛି ।ବଲାଙ୍ଗିର ପୁଇଁନ୍ତଳା ଥାନା ଅନ୍ତର୍ଗତ ଡୁମେର ବାହାଲ ଗାଁଠାରେ ମହିଳାଙ୍କ ସ୍ୱାମୀଙ୍କ ଦୁର୍ଘଟଣା ହୋଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଡ୍ରାଇଭର କାମ କରନ୍ତି। ସେ ଘରରୁ ଫେରିବା ବେଳେ ଟ୍ରକ ସହିତ ତାଙ୍କର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ତାଙ୍କର ମୃତ୍ୟୁ ବିଷୟରେ ପତ୍ନୀଙ୍କୁ ଜଣାଯାଇନଥିଲା। ଯେତେବେଳେ ପତ୍ନୀ ମେଡିକାଲକୁ ଆସିଥିଲେ, ସ୍ୱାମୀର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ। ସେ ଏହି ଦୃଶ୍ୟକୁ ସହ୍ୟ କରିପାରିନଥିଲେ। ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ତାଙ୍କୁ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଥିଲେ। କିନ୍ତୁ ପରେ ସେହି ଛାତରୁ ଡେଇ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ଜଣାପଡିଛି । ଉଭୟ ସ୍ବାମୀ ସ୍ତ୍ରୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ୱାର୍ଡରେ ରଖାଯାଇଛି।
