ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡି । ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ , ୫ ଜଣଙ୍କୁ ବରିଷ୍ଠ ସାଧାରଣ ସଚିବ ଦାୟିତ୍ୱ ମିଳିଛି । ସେହିପରି ୨୭ ଜଣଙ୍କୁ ଜେନେରାଲ ସେକ୍ରେଟେରୀ ଦାୟିତ୍ୱ ଦିଆଯାଇଥିବା ବେଳେ , ୪୫ ଜଣଙ୍କୁ ସଚିବ ,୧୧ ଜଣଙ୍କୁ ଯୁଗ୍ମ ସଚିବ ଭାବେ ନିୟୁକ୍ତି କରାଯାଇଛି । ଜାରି ବିଜ୍ଞପ୍ତି ଅନୁସାରେ ..
୧. ରାଜେନ୍ଦ୍ର କୁମାର ସାହୁ, ମନ୍ମଥ ରାଉତରାୟ – ଖୋର୍ଦ୍ଧା ଜିଲ୍ଲାର ସଭାପତି
୨. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗୌତମ ବୁଦ୍ଧ ଦାସ- ବାଲେଶ୍ୱର ଜିଲ୍ଲାର ସଭାପତି
୩. ନଳିନୀ କାନ୍ତ ପ୍ରଧାନ- ଅନୁଗୁଳ ଜିଲ୍ଲାର ସଭାପତି
୪. ମାହିଧର ରଣା- ବୌଦ୍ଧ ଜିଲ୍ଲାର ସଭାପତି
୫. ନରୋତ୍ତମ ସାହୁ- ଢେଙ୍କାନାଳ ଜିଲ୍ଲାର ସଭାପତି
୬. ପ୍ରମୋଦ ପଟ୍ଟନାୟକ- କେଉଁଝର ଜିଲ୍ଲାର ସଭାପତି
