ପାନ ମସଲା ଏବଂ ତମାଖୁକୁ ନେଇ ୧ ଏପ୍ରିଲରୁ ଲାଗିବ ୧ ଲକ୍ଷ ଟଙ୍କା ଜରିମାନା

ପାନ ମସଲା, ତମାଖୁ ଏବଂ ଗୁଟଖା ଉତ୍ପାଦନ କରୁଥିବା କମ୍ପାନୀମାନଙ୍କ ଉପରେ ୧ ଏପ୍ରିଲରୁ ବଡ ଜରିମାନା ଲାଗିପାରେ । ଜିଏସଟି କାଉନସିଲ୍ ତରଫରୁ ଆଜି ଏନେଇ ଏକ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ଏନେଇ ସୂଚନା ଦିଆଯାଇଛି । ଜିଏସଟି ତରଫରୁ ଜାରି କରାଯାଇଥିବା ଆଡଭାଇଜରି ଅନୁସାରେ ତମାଖୁ ଉତ୍ପାଦନ କରୁଥିବା କମ୍ପାନୀଙ୍କୁ ୧ ଏପ୍ରିଲରୁ ଜିଏସଟି ଅଧିକାରୀଙ୍କ ସହ ନିଜ ପ୍ୟାକିଂ ମେସିନର ମଧ୍ୟ ପଞ୍ଜୀକରଣ କରାଇବାକୁ ହେବ । ଜିଏସଟି ପରିଷଦଙ୍କ ସୁପାରିଶ ଅନୁସାରେ ଟ୍ୟାକ୍ସ ଅଧିକାରୀମାନେ ଗତବର୍ଷ ଠାରୁ ତମାଖୁ ମେନୁଫେକ୍ଚରରଙ୍କ ଦ୍ୱାରା ମେସିନ ରେଜିଷ୍ଟ୍ରେସନ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଏହି ମେସିନଗୁଡିକର ପ୍ୟାକିଙ୍ଗ କ୍ଷମତା ସହିତ ବର୍ତ୍ତମାନର ପ୍ୟାକିଙ୍ଗ ମେସିନ ଓ ନୂଆ ସ୍ଥାପିତ ମେସିନର ବିବରଣୀ ଫର୍ମ ଜିଏସଟି ଏସଆରଏମ-ଆଇରେ କରିବାକୁ ହୋଇଥାଏ। ତେବେ ଗତବର୍ଷ ଏ ନେଇ କୌଣସିପ୍ରକାର ପେନାଲ୍ଟି ସମ୍ପର୍କରେ ସୂଚନା ଦିଆଯାଇନଥିଲା।ପାନମସଲା, ଗୁଟଖା ଓ ଏଇଭଳି ଉତ୍ପାଦଙ୍କ ନିମନ୍ତେ ସେମାନଙ୍କ ମେସିନର ପଞ୍ଜିକରଣ କରିବା ଜରୁରି କରାଯାଇଥିଲା। ଯାହା ଦ୍ୱାରା ଏପରି କମ୍ପାନୀଙ୍କ ପ୍ରଡକ୍ସନ କ୍ୟାପାସିଟି ଉପରେ ନଜର ରଖାଯାଇ ପାରିବ। ତେବେ ଗତବର୍ଷ ପର୍ଯ୍ୟନ୍ତ ପଞ୍ଜିକରଣ କରାଇ ନଥିବା କମ୍ପାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନଥିଲା। ତେବେ ଏଥର ଜିଏସଟି ପରିଷଦ ଏହା ଉପରେ କିଛି ପେନାଲ୍ଟି କରିବା ଦରକାର ବୋଲି ନିଷ୍ପତ୍ତି ନେଇଛି।

ଅଧିକ ପଢନ୍ତୁ

kc ads