ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ହେଉଛି ତୃତୀୟ ଓ ଶେଷ ଦିବସ । ଏହି ଅବସରରେ ସୋମବାର ଜନତା ମୈଦାନରେ ଓଡ଼ିଆ ଭାଷାର ଅତୀତ ଓ ଭବିଷ୍ୟତକୁ ନେଇ ଆଲୋଚନା ରହିଛି। ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି ଅତିବଡ଼ି ଜଗନ୍ନାଥ ଦାସ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା, ଆହ୍ବାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ ।
ଏହା ବ୍ୟତୀତ ଓଡ଼ିଆ ଭାଷା ଆଇଟି ଯୁଗକୁ ନେଇ ମଧ୍ୟ ଆଲୋଚନା ରହିଛି। ଓଡ଼ିଆ ଭାଷା ଵିଜ୍ଞାନର ଭାଷା ଏହି ବିଷୟକୁ ନେଇ ମଧ୍ୟ ଆଲୋଚନା ରହିଛି।ସେହିପରି ଅପହରାହ୍ନରେ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ରଙ୍କ ସହ ଅଳଲୋଚନା ରହିଛି। ଦିନ ସମୟରେ ହରମାନ କୂଳକେ ଏବଂ ପ୍ରଫେସରଙ୍କ ସହ ମଧ୍ୟ ଆଲୋଚନା ରହିଛି।