ତେଲ ଦର ବଢିବା ପରେ ରାଜ୍ୟରେ ବଢିଲା ଘରୋଇ ବସ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଲା । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଛି । ସେପରି ସୁପର ଡିଲକ୍ସ ବସ୍ ଭଡ଼ାରେ ସର୍ବାଧିକ ୬ ପଇସା ବୃଦ୍ଧି ହୋଇଛି । ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସ୍ବୟଂକ୍ରିୟ ପଦ୍ଧତି ଅନୁସାରେ ବସ ମୂଲ୍ୟରେ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।ରାଜ୍ୟ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଡିଜେଲ ୩ ଟଙ୍କା ବଢିଲା, ଆମେ ଆଉ କ୍ଷତି ସହିପାରିବୁନି । ସରକାରଙ୍କ ସହ ଆଲୋଚନା ସରିଛି । ସଂଘ ସରକାରଙ୍କ ସହ ଆଲୋଚନା କରିସାରିଛି । ପରିବହନ ବିଭାଗକୁ ଚିଠି ଦିଆଯାଇଛି । ଅନୁମୋଦନ ପରେ ତୁରନ୍ତ କାଲିଠୁ ଲାଗୁ ହେବ ।
