ସାରା ଦେଶରେ ଆସନ୍ତାକାଲି ବନ୍ଦ ରହିବ ମେଡିସିନ୍ ଦୋକାନ

ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ୨୦ ମଇରେ ବନ୍ଦ ରହିବ  ସମଗ୍ର ମେଡିସିନ ଦୋକାନ।ସଂଗଠନ କହିଛି ଯେ ଏହି ପ୍ରତିବାଦର ଲକ୍ଷ୍ୟ ନିୟାମକ ତୃଟିଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯାହା ଇ-ଫାର୍ମାସି ଏବଂ ତୁରନ୍ତ ଔଷଧ ବିତରଣ ପ୍ଲାଟଫର୍ମଗୁଡ଼ିକୁ ପର୍ଯ୍ୟାପ୍ତ ତଦାରଖ ବିନା କାର୍ଯ୍ୟ କରିବାକୁ ଅନୁମତି ଦେଇଛି।ସଂଗଠନ ଦାବି କରିଛି ଯେ ସରକାର ଦୁଇଟି ନିର୍ଦ୍ଦିଷ୍ଟ ବିଜ୍ଞପ୍ତି ପ୍ରତ୍ୟାହାର କରନ୍ତୁ: GSR 220(E) ଏବଂ GSR 817(E)। ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ୍‌ ମେଡିକାଲ୍‌ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାବଳୀ ଅନୁସାରେ, ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ ସହ ସଂଲଗ୍ନ ସମସ୍ତ ଇନ୍‌-ହାଉସ୍‌ ଫାର୍ମାସି ଏବଂ ୨୪ ଘଣ୍ଟିଆ ମେଡିସିନ୍‌ ଷ୍ଟୋରଗୁଡ଼ିକୁ ଖୋଲା ରଖିବା ପାଇଁ ଆବଶ୍ୟକ ଅତିରିକ୍ତ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରିବାକୁ କୁହାଯାଇଛି ।ସାଧାରଣ ଲୋକ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସହଯୋଗରେ ଆବଶ୍ୟକ ମେଡିକାଲ୍‌ ଷ୍ଟୋର ଖୋଲା ରଖିବାକୁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।

ଅଧିକ ପଢନ୍ତୁ