ବାହାରିଲା ଯୁକ୍ତ ୨ ରେଜଲ୍ଟ । ଏକାସଙ୍ଗେ ବାହାରିଲା କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଫଳାଫଳ ଘୋଷଣା ହେବା ପରେ, ଅପରାହ୍ନ 3ଟାରେ ଛାତ୍ରଛାତ୍ରୀମାନେ CHSE ବୋର୍ଡ +2 ଫଳାଫଳ 2026 ସରକାରୀ ୱେବସାଇଟ୍: chseodisha.nic.in ଏବଂ results.odisha.gov.in ରେ ରେଜଲ୍ଟ ଦେଖିପାରିବେ । କଳାରେ ପାସ୍ ହାର ୮୪.୫୦ ପ୍ରତିଶତ । କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୭୭.୯୭% ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫ % ରହିଛି ।ସେହିପରି ବାଣିଜ୍ୟରେ ପାସ୍ ହାର ୮୮.୦୭ ପ୍ରତିଶତ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୮୬, ୬୭ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍ ହାର ୮୮.୮୦ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୮୭.୪୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୦.୨୪ ପ୍ରତିଶତ ରହିଛି । ଅନ୍ୟପଟେ ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୭୧.୪୯ ପ୍ରତିଶତ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୭୧.୪୯ ରହିଥିବା ବେଳେ ୮୩.୪୩ ପ୍ରତିଶତ ରହିଛି । ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ DigiLocker ଆପ୍ ଏବଂ ଅପରାହ୍ନ ୩ଟା ପରେ SAMS College e-space ମାଧ୍ୟମରେ ମଧ୍ୟ ଯାଞ୍ଚ କରିପାରିବେ। ଚଳିତ ବର୍ଷ ପ୍ରାୟ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଛନ୍ତି ।
