ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ

ଝାରସୁଗୁଡ଼ା ହସ୍ପିଟାଲରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ପ୍ରତିକ୍ରିୟା ଦେଲେ CWC ଅଧ୍ୟକ୍ଷା । କହିଲେ, ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସମେତ ଜଣେ ଯୁବତୀ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା CWC ଅଧ୍ୟକ୍ଷା କହିଛନ୍ତି । ସୁଚନା ମୁତାବକ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ । ଏହି ଦୁଷ୍କର୍ମ ଘଟଣାରେ ଜଣେ ଯୁବତୀଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୁଲିସ ଜଣେ ଯୁବତୀଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୋମବାର ରାତିରେ ଘଟିଛି ଏହି ଅଘଟଣ । ପୁଲିସ ସୂଚନା ଅନୁସାରେ ପୀଡ଼ିତା ନାବାଳିକାଙ୍କ ସହ ଅଭିଯୁକ୍ତ ଝାରସୁଗୁଡ଼ା ବୁରୋମାଲ ଅଞ୍ଚଳର ରାଜା ବେସନ ନାମକ ଯୁବକଙ୍କ ଇନ୍‌ଷ୍ଟାଗ୍ରାମରେ ବନ୍ଧୁତା ଥିଲା । ପୀଡ଼ିତାଙ୍କ ପିଉସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଜଗିବାକୁ ପିଉସୀଙ୍କ ସହ ପୀଡ଼ିତା ଆସିଥିଲେ ।ଏହି ସୂଚନା ପାଇବା ପରେ ସୋମବାର ରାତିରେ ରାଜା ମେଡିକାଲକୁ ତାର ସାଙ୍ଗ ଆକାଶ ପ୍ରଧାନ ଓ ତୃପ୍ତି ନାଏକ (୧୯)ଙ୍କ ସହିତ ଆସିଥିଲା । ସେ ଆକାଶ ଓ ତୃପ୍ତିକୁ ସଂପୃକ୍ତ ଓ୍ବାର୍ଡକୁ ପଠାଇ ପୀଡ଼ିତାଙ୍କୁ ବାହାରକୁ ଡକାଇଥିଲା । ପୀଡ଼ିତା ବାହାରକୁ ଆସିବା ମାତ୍ରେ ରାଜା ତାଙ୍କୁ ଟେକିନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତକୁ ଜୋରଦାର କରି ମଙ୍ଗଳବାର ସହଯୋଗୀ ଆକାଶ ପ୍ରଧାନ ଓ ତୃପ୍ତି ନାଏକଙ୍କୁ ବୁରୋମାଲ ଅଞ୍ଚଳରୁ ଗିରଫ କରିଥିଲା । ପରେ ମୁଖ୍ୟ ଅଭିଯୁକ୍ତ ରାଜା ବେସନକୁ କାବୁ କରିବାରେ ସଫଳ ହୋଇଥିଲା । ପୋକ୍‌ସୋ ଆଇନରେ ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ଅଧିକ ପଢନ୍ତୁ