
ନୟାଗଡ଼,(ଓଡ଼ିଶା ଦର୍ପଣ): ‘ତୃତୀୟ ନୟନ’ର ଅଭିନୀତ ନାଟକ ‘ ବିଚାର ପଥର ‘ ର ସମୀକ୍ଷା ବୈଠକ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୟାଗଡ ଦର୍ପଣ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚ ନାଟକକୁ ଅଧିକ ଲୋକାଭିମୁଖୀ ତଥା ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସଂପାଦକ ବିଶ୍ଵନାଥ ମହାପାତ୍ର ନାଟକର ସଫଳତା ପାଇଁ କଳାକାର ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ନିୟମିତ ବୈଠକ କରି ନୟାଗଡ଼ ନାଟ୍ୟ ଆନ୍ଦୋଳନକୁ ସମୃଦ୍ଧ କରିବା ପାଇଁ ପ୍ରସ୍ତାବ ରଖିଥିଲେ।ନାଟ୍ୟଭୂଷଣ ଡ ବିଜୟ କୁମାର ଚୌଧୁରୀ, ନିର୍ଦ୍ଦେଶକ ଗଦାଧର ନନ୍ଦ, ଡ. ଆଶୁତୋଷ ମିଶ୍ର, ନିରଞ୍ଜନ ନାୟକ, ମିଷ୍ଟର କାଳିଆ , ପ୍ରତାପ ସାହୁ, ନୀଳିମା ନନ୍ଦ, ଦେବେନ୍ଦ୍ର ପରମଗୁରୁ, ଗୋଦାବରୀ ବସନ୍ତିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ବାସୁଦେବ ମିଶ୍ର,ହରିଶ ପ୍ରଧାନ, ଡ. ଗୀତାଞ୍ଜଳି ମହାପାତ୍ର, ସୁଦର୍ଶନ ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ! ଏହି ସଭାରେ ଅଭିନେତ୍ରୀ ଶାବରୀ ପରମଗୁରୁ ଓ ପାୟଲ ପ୍ରଧାନଙ୍କୁ ଉଚ୍ଚ କୋଟୀର ଅଭିନୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ! ଆଗାମୀ ନାଟକ ପାଇଁ ପରବର୍ତ୍ତୀ ବୈଠକରେ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।
