ଟ୍ରାକ୍ଟରରେ ପଡିଲା ହାତକଡ଼ି। ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ପକାଗଲା ହାତକଡ଼ି। ଅନ୍ୟକେହି ନୁହେଁ ଖୋଦ ପୋଲିସ ପକାଇଲା ହାତକଡ଼ି। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଥାନା କୁଶଳଦା ଫାଣ୍ଡିରୁ। ସୂଚନା ଅନୁସାରେ, ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ସେଥିରେ ପୁଲିସ ପକାଇଲା ହାତକଡ଼ି। ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ। ଯାହାକୁ ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରିଥିଲା। ଜବତ ଟ୍ରାକ୍ଟର ରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାହାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ। ହେଲେ ଫାଣ୍ଡିରେ ବାଉଣ୍ଡାରୀ ନ ଥିବାରୁ ଜବତ ଟ୍ରାକ୍ଟର ମାଫିଆ ନେଇଯିବାର ସନ୍ଦେହ କରି ଟ୍ରାକ୍ଟର ଷ୍ଟେରିଙ୍ଗରେ ହାତକଡ଼ି ପକାଇଛନ୍ତି। ଯାହା ମାଫିଆଙ୍କ ଦବଦବା ଏବଂ ପୋଲିସ ଅସହାୟତାକୁ ପଦାରେ ପକାଇଛି।
