ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ୍ କାମ କରିଛନ୍ତି । ଏହା ସହିତ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକରେ ପୋଲିସ ପ୍ରଶାସନକୁ କେତେକ ବାସ୍ତବବାଦୀ ପରାମର୍ଶ ଦେଇଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ପୋଲିସ ମହାନିର୍ଦ୍ଦେଶକ ୱାଈ. ବି. ଖୁରାନିଆଙ୍କ ସହିତ ସେହି ନିର୍ଦ୍ଦେଶ ଗୁଡ଼ିକର ଅନୁପାଳନ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକରେ ପୋଲିସ ପ୍ରଶାସନକୁ କେତେକ ବାସ୍ତବବାଦୀ ପରାମର୍ଶ ଦେଇଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ପୋଲିସ ମହାନିର୍ଦ୍ଦେଶକ ୱାଈ. ବି. ଖୁରାନିଆଙ୍କ ସହିତ ସେହି ନିର୍ଦ୍ଦେଶ ଗୁଡ଼ିକର ଅନୁପାଳନ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ 

ଅଧିକ ପଢନ୍ତୁ