ରାଜା ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ମୋହନଙ୍କୁ ଚିଠି ଲେଖିଲେ ନବୀନ

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା। ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁକ୍ରବାର ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା ସମୟରେ ତିଗିରିଆ ବ୍ଲକ ଠାରେ ବିଜେପି ପ୍ରାୟୋଜିତ କିଛି ଦୁର୍ବୃତ୍ତ ତାଙ୍କୁ ହିଂସାତ୍ମକ ଭାବେ ଅଟକାଇବା ସହ ଧମକଚମକ ଦେଇଥିଲେ ଏବଂ ଶାରୀରିକ ଭାବେ ହଇରାଣ କରିଥିଲେ ।  ଗ୍ରାଉଣ୍ଡ ରିପୋର୍ଟ ଏବଂ ଗଣମାଧ୍ୟମରୁ ମିଳିଥିବା ଏହି ଖବର ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି । ଏହା ସହ ଏହା ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ଚିଠିରେ ବିରୋଧୀ ଦଳ ନେତା ଦର୍ଶାଇଛନ୍ତି ।

ଅଧିକ ପଢନ୍ତୁ