ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ବଲାଙ୍ଗିର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ  ଜଣେ ଯୁବତୀଙ୍କୁ ଅପହରଣ କରି ତିନି ଜଣ ବ୍ୟକ୍ତି  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସିନ୍ଧେକେଲା ଥାନା ଭୁର୍ଷାଗୁଡା ଗାଁର ଜଣେ ନାବାଳିକାଙ୍କୁ ଗତକାଲି  ଦିନ ବେଳା ତିନିଜଣ ବ୍ୟକ୍ତି  ତାଙ୍କ ଘର ପାଖରୁ ଏକ ଗାଡ଼ିରେ ଅପହରଣ କରି ନେଇ ଯାଇଥିଲେ । ପରିବାର ଲୋକେ ଖୋଜା ଖୋଜି କରି  ତାଙ୍କୁ ନପାଇବା ପରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ ।ଆଜି ନାବାଳିକା ଜଣକ ଘରକୁ ଫେରିଥିଲେ । ତାଙ୍କୁ ଅପହରଣ କରି  ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପୀଡିତ ପରିବାର ସିନ୍ଧେକେଲା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନାବାଳିକାକୁ ଟିଟିଲାଗଡ଼ ଡାକ୍ତରଖାନାକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ