ଦୀର୍ଘ ୭ମାସ ହେବ ମରିଗଲେଣି ଟ୍ୟାକ୍ସ କଲେକ୍ଟର, ଏବେ ଆସୁଛି ବଦଳି ନୋଟିସ

ପୌର ନିଗମରେ କାର୍ଯ୍ୟରତ ୨୬ଜଣ କର୍ମଚାରୀଙ୍କ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରେ ୧୦ ଜଣ ସିନିୟର ଆସିଷ୍ଟାଣ୍ଡ, ୮ଜଣ ଜୁନିୟର ଆସିଷ୍ଟାଣ୍ଟ ଓ ୮ଜଣ ଟ୍ୟାକ୍ସ କଲେକ୍ଟର ସାମିଲ ଅଛନ୍ତି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩ଟି ପୃଥକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା କାଲି ସୁଦ୍ଧା କର୍ମଚାରୀମାନେ ସେମାନଙ୍କ ନୂତନ କର୍ମକ୍ଷେତ୍ରରେ ଯୋଗ ଦେବାକୁ ଏଥିରେ ନିର୍ଦ୍ଦେଶ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ୮ଜଣ ଟ୍ୟାକ୍ସ କଲେକ୍ଟରଙ୍କ ମଧ୍ୟରୁ ଜଣେ ଟ୍ୟାକ୍ସ କଲେକ୍ଟରଙ୍କ ଗତ ବର୍ଷ ଅକ୍ଟୋବରରେ ମୃତ୍ୟୁ ହୋଇସାରିଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ କଟକ ପୌର ନିଗମରୁ ଦଶପଲ୍ଲା ଏଏସିକୁ ବଦଳି କରାଯାଇଥିବା ବିଜ୍ଞପ୍ତିରେ ଦେଖିବାକୁ ମିଳିଛି । ଜଣେ ମୃତ ସରକାରୀ କର୍ମଚାରୀଙ୍କ ଆବଶ୍ୟକୀୟ କାଗଜପତ୍ର କଣ ନଗର ଉନ୍ନୟନ ବିଭାଗ ପାଖରେ ନାହିଁ। ନା ଅଜାଣତରେ ଏଭଳି ଭୁଲ ହୋଇଛି ନା ଆଉ କିଛି ?

ଅଧିକ ପଢନ୍ତୁ