ରାୟାଗଡା ଜିଲ୍ଲା ବିଜେପି ଦଳର ଦୁଇ ଦିନିଆ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାସଭା ଆରମ୍ଭ

ରାୟାଗଡା ଜିଲ୍ଲା ବିଜେପି ଦଳର ଦୁଇ ଦିନିଆ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାସଭା ଆରମ୍ଭ ହୋଇଛି। ରାୟଗଡ଼ା ସହରର ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ ସଭାପତିତ୍ୱ ରିଭିକାର୍ଯ୍ୟକ୍ରମ୍ ର ଶୁଭାରମ୍ଭ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଅନୁସୂଚିତଜାତି , ଜନଜାତି କଲ୍ୟାଣ , ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ବିଜେପି ଉପ ସଭାପତି ରମେଶ ଚନ୍ଦ୍ର ସାହୁ , ବିଜେପି ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ , ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା , ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ କୋରଡ଼ା ରଝୀତା ,ଜିଲ୍ଲା ସମ୍ପାଦକ ଦେବାଶିଷ ପଣ୍ଡା ,ସାଧାରଣ ସମ୍ପାଦକ ପୃଥିବୀ ରାଜ ଧନପତି ଓ ପୂର୍ବତନ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି ରାୟଗଡ଼ା ଜିଲ୍ଲାରେ ବିଜେପିର ସାଙ୍ଗଠନିକ ଶକ୍ତି ର ଅଭିବୃଦ୍ଧି ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ର ସମସ୍ତ ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ଏହି ପ୍ରଶିକ୍ଷଣ ରେ ଯୋଗଦାନ କରିଛନ୍ତି। ବିଜେପି ଦଳ ର ରାଷ୍ଟ୍ରବାଦୀ ଚିନ୍ତାଧାରା,ଆଦେଶ କୁ ତୃଣ ମୂଳ ସ୍ତରର ନେତା ମାନଙ୍କ ନିକଟ ରେ ପହୁଞ୍ଚେଇବା ଏହାର ମୂଳ ଉଦ୍ଦେଶ୍ୟ।

ଅଧିକ ପଢନ୍ତୁ